ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱର ସଦର ଓ ତିର୍ତ୍ତୋଳରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସ୍ୱରୂପ ହେଉଛନ୍ତି ବାଲେଶ୍ୱରର ପୂର୍ବତନ କାଉନସିଲର। ଅନ୍ୟପଟେ ତିର୍ତ୍ତୋଳ ଲାଗି ବିଜୟ ଶଙ୍କର ଦାସଙ୍କ ନାମ ଘୋଷଣା କରାଯାଇଛି। ବିଜୟ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ।

ସୂଚନାଯୋଗ୍ୟ, ବିଜେପି ପକ୍ଷରୁ ବାଲେଶ୍ୱର ପାଇଁ ମାନସ ଦତ୍ତ ପ୍ରାର୍ଥୀ ହୋଇଥିବାବେଳେ ତିର୍ତ୍ତୋଳ ଲାଗି ରାଜକିଶୋର ବେହେରାଙ୍କ ନାମ ଘୋଷଣା କରାଯାଇଛି। କିନ୍ତୁ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ ନାମ ଘୋଷଣା ହୋଇନାହିଁ।