ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ‘ଲାଇଙ୍ଗ-ଇନ-ଷ୍ଟେଟ’ କାର୍ଯ୍ୟକ୍ରମରେ ଚୀନକୁ ମିଳିବନି ଏଣ୍ଟ୍ରି

ନୂଆଦିଲ୍ଲୀ: ଚୀନ ସରକାରର ଉଚ୍ଚସ୍ତରୀୟ ପ୍ରତିନଧୀ ମଣ୍ଡଳକୁ ୱେଷ୍ଟମିନଷ୍ଟର ହଲରେ ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ‘ଲାଇଙ୍ଗ-ଇନ-ଷ୍ଟେଟ’ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ବ୍ରିଟେନ ଅନୁମତି ପ୍ରଦାନ କରିନାହିଁ । ଏନେଇ ବ୍ରିଟିଶ ମିଡିଆ ସୂଚନା ପ୍ରଦାନ କରିଛି ।

ଖବର ଅନୁସାରେ, ଚୀନ ସରକାର ଉପରେ ୫ଜଣ ବ୍ରିଟିଶ ସାଂସଦ ଉଇଗୁରୁ ମୁସଲମାନ ଅଳ୍ପସଂଖ୍ୟକଙ୍କ ଉତ୍ପୀଡ଼ନ ନେଇ ଆରୋପ ଲଗାଇଥିଲେ । ଏହାକୁ କେନ୍ଦ୍ର କରି ବ୍ରିଟିଶ ସାଂସଦ ଉପରେ ଚୀନ ପ୍ରତିବନ୍ଧକ ଲଗାଇଥିଲା । ସେଥିପାଇଁ ବ୍ରିଟିଶ ସଂସଦର ତଳ ସଦନ ‘ହାଉସ ଅଫ କମନ’ର ଅଧ୍ୟକ୍ଷ ସର ଲିଣ୍ଡସେ ହାଉଲ ଚୀନୀ ପ୍ରତିନଧୀ ମଣ୍ଡଳକୁ ମହାରାଣୀଙ୍କ ‘ଲାଇଙ୍ଗ-ଇନ-ଷ୍ଟେଟ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ପ୍ରଦାନ କରିନାହିଁ ।

ସୂଚନାଯୋଗ୍ୟ, ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜକୀୟ ଅନ୍ତିମ ସଂସ୍କାର ବେଷ୍ଟାମିନଷ୍ଟର ଏବେରେ ୧୯ ତାରିଖରେ ହେବ ।