ଝଲକ ମଞ୍ଚରେ ଦୂତିଙ୍କ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ଟିଭି ଜଗତର ସବୁଠୁ ଚର୍ଚ୍ଚିତ ଡ୍ୟାନ୍ସ ରିୟାଲିଟି ଶୋ’ ‘ ଝଲକ ଦିଖଲା ଜା ସିଜନ ୧୦’ରେ ଦୌଡ଼ରାଣୀ ଦୂତି ଚାନ୍ଦ ଡ୍ୟାନ୍ସର ତଡକା ଲଗାଇଛନ୍ତି । ଦୂତୀ ପ୍ରଥମଥର ପାଇଁ ପ୍ରତିଯୋଗୀ ହିସାବରେ କୌଣସି ଡ୍ୟାନ୍ସ ଶୋ’ରେ ଭାଗ ନେଉଛନ୍ତି । କଲର୍ସର ଇନଷ୍ଟାଗ୍ରାମ ପେଜରେ ଜାରି ହୋଇଥିବା ପ୍ରୋମୋରେ ଦୂତି ଦଙ୍ଗଲ ମୁଭିର ‘ଧାକଡ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଜଜଙ୍କ ହୃଦୟ ଜିଣିଥିବା ଦେଖିବାକୁ ମିଳିଛି ।

ପ୍ରୋମୋରେ ଦୂତି କହିଛନ୍ତି ଯେ, ମୁଁ ମୋ ଜୀବନରେ ବହୁତ ଦୌଡ଼ିଛି କିନ୍ତୁ କେବେ ବି ଡ୍ୟାନ୍ସ କରିନାହିଁ । ଶୋ’ର ଜଜ କିନ୍ତୁ ତାଙ୍କ ଡ୍ୟାନ୍ସ ଦେଖି ଚକିତ ହୋଇଯାଇଛନ୍ତି । ଜଜ୍ ମାଧୁରୀ ଦୀକ୍ଷିତ ଦୂତିଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ୟତମ ଜଜ୍ କରନ ଜୋହର ଝଲକ ମଞ୍ଚରେ ଦୂତିଙ୍କ ଡ୍ୟାନ୍ସ ଦେଖି ତାଙ୍କୁ ସେଲ୍ୟୁଟ କରିଛନ୍ତି ।