ହରିଆଣାରେ ଜାରି ହେଲା ‘ମହାମାରୀ ଆଲର୍ଟ’, ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକଡାଉନ

ହରିଆଣା,ଏଜେନ୍ସି: ଏବେ ପୂରା ଦେଶରେ କରୋନାର କୋପ ଜାରି ରହିଥିବା ବେଳେ ହରିଆଣାର ଦୈନିକ ସଂକ୍ରମଣ ଏବେ ସୀମା ଟପୁଛି। ହରିଆଣାରେ ଏଭଳି ସ୍ଥିତିରେ କରୋନା ମହାମାରୀକୁ ଆୟତ୍ତରେ ଆଣିବା ପାଇଁ ଜାରି ହୋଇଛି ‘ମହାମାରୀ ଆଲର୍ଟ’।

ହରିଆଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାମାରୀ ଆଲର୍ଟ ଜାରି କରାଯାଇ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବ କଟକଣା ଅନୁଯାୟୀ ହରିଆଣାରେ ଆସନ୍ତା କାଲି ଅର୍ଥାତ୍ ମେ’ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଜାରି କରାଯାଇଥିବା ବେଳେ ଆଜି ଏହାକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂରା ରାଜ୍ୟରେ ମେ’ ୨୪ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି।

ହରିଆଣାରେ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଯାହାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ହୁଏତ ଆଉ କିଛି ଦିନ କଟକଣା ଜାରି କଲେ କରୋନାକୁ ଆୟତ୍ତକୁ ଅଣାଯାଇ ପାରିବ ସେଥିପାଇଁ ହରିଆଣାରେ ଆଉ ଏକ ସପ୍ତାହ ଲକଡାଉନ ବୃଦ୍ଧିର ନିଷ୍ପତି ନେଇଛନ୍ତି ହରିଆଣା ସରକାର।