ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ନିର୍ମାଣ କରାଯିବ ସଂଗ୍ରହାଳୟ: ୫ଟି ସଚିବ

କଟକ,ଏନ୍ଏନ୍ଏସ୍: ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ସୁଆଣ୍ଡୋସ୍ଥିତ ପଣ୍ଡିତଜୀଙ୍କ ବାସଭବନରେ ୫- ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ଜିଲ୍ଲାପାଳ ବଳୱନ୍ତ ସିଂହ ରବିବାର ଅପରାହ୍ନରେ ପହଞ୍ଚିଥିଲେ। ଜନ୍ମପୀଠ ଠାରୁ ଶହେ ଫୁଟ ଦୂରରେ ସଂଗ୍ରହାଳୟ ନିର୍ମାଣ କରାଯିବ ଓ ଏଥି ପାଇଁ
ଆବଶ୍ୟକ ଜମି ସମ୍ପର୍କରେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରାଯିବ । ଏହି ପରିପ୍ରେକ୍ଷୀରେ ପୁରାତନ ବାସଭବନ ଷଠୀ ଘରର ପୁନରୁଦ୍ଧାର, ପାଠାଗାର, ପାର୍କ ରାସ୍ତା, ବିଜୁଳି ପାନୀୟଜଳ ଗ୍ରାମ ଦେବାଳୟ ଶୌଚାଳୟ ଆଦି ବହୁବିଧ ଉନ୍ନୟନ କାର୍ଯ୍ୟକ୍ରମ ସରକାରଙ୍କ ପକ୍ଷରୁ କରାଯିବ ବୋଲି ୫-ଟି ସଚିବ କହିଛନ୍ତି। ଏକବର୍ଷ ମଧ୍ୟରେ ଏହି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ।

ଧୀରେନ୍ଦ୍ର ନାଥ ଦାସଙ୍କ ସହିତ ସଚିବ ଓ ଜିଲ୍ଲାପାଳ ଆଲୋଚନା କରିଥିଲେ। ଏଡିଏମ ପ୍ରଦୀପ କୁମାର ସାହୁ, ଇଡିକୋ ଜେନେରାଲ ମ୍ୟାନେଜର ବିନ୍ଧେଶ୍ୱର ପାତ୍ର, ଇଂ ଶାନ୍ତନୂ କୁମାର ଜେନା ତହସିଲଦାର କସ୍ତୁରୀ ପ୍ରଧାନ ଓ ଅନ୍ୟ ଅଧିକାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।