ରେଡକ୍ରସ୍ ପାଣ୍ଠିରୁ ଆର୍ଥିକ ସହାୟତା

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ବ୍ଲକ୍ ପଦ୍ମପୁର ପଞ୍ଚାୟତ ତଳଲିମିକା ଗ୍ରାମର ପର୍ଶୁରାମ ଜାନୀ ୬ ତାରିଖ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅନୁମୋଦନ କ୍ରମେ ରେଡକ୍ରସ୍ ପାଣ୍ଠିରୁ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ପର୍ଶୁରାମଙ୍କ ପତ୍ନୀ ରମା ଜାନୀଙ୍କୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସହାୟତା ରାଶିର ଚେକ ପ୍ରଦାନ କରିଥିଲେ। ଚେକ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ ପିକେ ସାମଲ, ଯୁବ ସମାଜସେବୀ ଲଛମନ୍ ମୁଦୁଲି ଉପସ୍ଥିତ ଥିଲେ।