ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଘାଟିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରକରୁ ଡେଇଁ ହେଲପରର ମୃତ୍ୟୁ ଘଟିଥିବା ନେଇ ଚାନ୍ଦିଲି ପୁଲିସ ଅନୁମାନ କରୁଥିବାବେଳେ ବର୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ ରହସ୍ୟଘେରରେ ରହିଛି।
ମିଳିଥିବା ରିପୋର୍ଟ ମୁତାବକ, ୟୁପି୭୫ଏମ୧୦୭୭ ନମ୍ବର ଥିବା ଏକ କୋଇଲା ବୋଝେଇ ଟ୍ରକ ମୁକୁନ୍ଦପୁର ଘାଟି ପାର ହେଉଥିବା ସମୟରେ ବ୍ରେକ ଫେଲ୍ ହୋଇ ଗାଡ଼ିଟି ଦ୍ରୁତ ଗତିରେ ଗଡ଼ିବାକୁ ଲାଗିଥିଲା। ଗାଡ଼ିରେ ବସିଥିବା ହେଲପର ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଗାଡ଼ିରୁ ଡେଇଁବା ପରେ ରାସ୍ତା ପାଶ୍ୱର୍ରେ ଥିବା ଏକ ପଥରରେ ମୁଣ୍ଡପିଟି ହେବା ଯୋଗୁ ଘଟଣାସ୍ଥଳରେ ହିଁ ହେଲପରର ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହେବା ଯୋଗୁ ଘଟଣାଟି ରହସ୍ୟମୟ ହୋଇଯାଇଛି। ଘଟଣାସ୍ଥଳରେ ମୁକୁନ୍ଦପୁର ଫାଣ୍ଡି ଏବଂ ଚାନ୍ଦିଲି ପୁଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି।