ହାଥରସରେ ରାହୁଲଙ୍କୁ ଧସ୍ତାଧସ୍ତି ଓ କୃଷି ବିରୋଧୀ ଆଇନକୁ ନିନ୍ଦା କଲା ଜିଲ୍ଲା କଂଗ୍ରେସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଉତ୍ତରପ୍ରଦେଶର ହାଥରସରେ ଗଣ ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ପୀଡ଼ିତାଙ୍କ ପରିବାରକୁ ରାହୁଲ ଗାନ୍ଧୀ ସାକ୍ଷାତ କରିବାକୁ ଯିବା ସମୟରେ ପୁଲିସ ଧସ୍ତାଧସ୍ତି ସହ ଲାଠିଚାର୍ଜ କରିବା ଏକ ନିନ୍ଦନୀୟ ଘଟଣା ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଦୁଷ୍କର୍ମର ଶିକାର ହୋଇ ପ୍ରାଣ ହରାଇଥିବା ଯୁବତୀଙ୍କୁ ନ୍ୟାୟ ଦେବାର ବ୍ୟବସ୍ଥା କରିବା ପରିବର୍ତ୍ତେ ଉତ୍ତରପ୍ରଦେଶ ସରକାର ପୀଡ଼ିତାଙ୍କ ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କ ପରିବାରକୁ ସମବେଦନା ଜଣାଉଥିବା ବ୍ୟକ୍ତିଙ୍କୁ ପୁଲିସଠାରୁ ମାରପିଟ କରାଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ସରକାର ୟୁପିରେ ଦଳିତଙ୍କୁ ଶୋଷଣ କରିବା ସହ ଭାରତୀୟ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରୁଛି ବୋଲି ଜିଲ୍ଲା କଂଗ୍ରେସ କହିଛି।

ସେହିପରି କୃଷି ବିରୋଧୀ ୩ଟି ଆଇନ ପ୍ରତ୍ୟାହାର କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଘରୋଇ ମଣ୍ଡି ବ୍ୟବସ୍ଥା, ଠିକା ଚାଷ ଆଇନ ଓ ଅତ୍ୟାବଶକୀୟ ବସ୍ତୁ ସଂଶୋଧିତ ଆଇନ ଲାଗୁ କରି ଚାଷୀଙ୍କ ସ୍ୱାର୍ଥ ଖଣ୍ଡନ କରୁଛନ୍ତି ବୋଲି କଂଗ୍ରେସ କହିଛି। ଏହି ଆଇନ ଦ୍ୱାରା ଚାଷୀ, ଶ୍ରମିକ, ଖାଉଟି ଓ ଛୋଟ ବ୍ୟବସାୟୀ ସମସ୍ତେ ଶୋଷଣର ଶିକାର ହେବେ। ତେଣୁ ସରକାର ଚାଷୀ ଓ ଖାଉଟି ବିରୋଧୀ ଏହି ୩ଟି ଯାକ କଳା ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।