ପ୍ରବଳ ବର୍ଷାରେ ଜଳମଗ୍ନ ମୁମ୍ବାଇ, ଜନଜୀବନ ଅସ୍ତବ୍ୟସ୍ତ

ମୁମ୍ବାଇ,ଏଜେନ୍ସି: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇକୁ ରେଡ ଆଲର୍ଟ ଜାରି କରାଯାଇଛି। ବର୍ଷା ଯୋଗୁଁ ସାରା ମୁମ୍ବାଇ ଜଳମଗ୍ନ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଫଳରେ ଲୋକଙ୍କୁ ଘର ଭିତରେ ହିଁ ରହିବାକୁ ପଡୁଛି। ଯାନବାହାନ ଗୁଡ଼ିକ ବିଭିନ୍ନ ସ୍ଥାନରେ ପାଣି ଯୋଗୁଁ ଫସିରହିଛି। ଏନଡିଆରଏଫ ଓ ଆରପିଏଫ କର୍ମଚାରୀ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ସେହିପରି ହସ୍ପିଟାଲ ଗୁଡ଼ିକରେ ମଧ୍ୟ ପାଣି ପଶିଯିବାରୁ ରୋଗୀ ସେବାରେ ବାଧା ଉପୁଜିଛି।

ଏହି ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ଜରୁରୀ କାମ ନଥିଲେ ବାହାରକୁ ନଯିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।