କ୍ୱାରେଣ୍ଟାଇନରେ ଯିବେ ବୁର୍ଲା ଭୀମସାରର ୭୦ ଡାକ୍ତର

ବୁର୍ଲ୍ଲା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୱାରେଣ୍ଟାଇନରେ ଯିବେ ବୁର୍ଲା ଭୀମସାରର ବିଭିନ୍ନ ବର୍ଗର ୭୦ ଜଣ ଡାକ୍ତର। ମେଡ଼ିସିନ ବିଭାଗର ୩୮ ଜଣ ଡାକ୍ତରଙ୍କ ସହ ବିଭିନ୍ନ ବିଭାଗର ୭୦ ଜଣ ଡାକ୍ତର କ୍ୱାରେଣ୍ଟାଇନ ଯିବେ। ଫଳରେ ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ମେଡ଼ିକାଲର ମେଡ଼ିସିନ ବିଭାଗ ଓପିଡି ବନ୍ଦ ରହିବ। ମେଡ଼ିସିନ ଓପିଡ଼ିକୁ ଆସୁଥିବା ରୋଗୀ ଜେନେରାଲ ଓପିଡ଼ିରେ ଦେଖାଇବା ପାଇଁ ବ୍ୟବସ୍ଥା ହୋଇଛି।

କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି। ଏହି ସମୟରେ ଯେଭଳି ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଟେଲି ମେଡ଼ିସିନ ନମ୍ବର ଜାରି କରାଯାଇଛି। ୭୬୫୫୦୫୧୫୯୮/୭୬୫୫୦୫୧୬୦୧ ନମ୍ବରରେ ରୋଗୀମାନେ କଲ କରି ଟେଲିମେଡ଼ିସିନର ସୁବିଧା ପାଇପାରିବେ।