ହାଇଦ୍ରାବଦରେ ଲଗାଣ ବର୍ଷା: ୨ ଦିନ ଛୁଟି ଘୋଷଣା କଲେ ସରକାର

ହାଇଦ୍ରାବାଦ : ତେଲେଙ୍ଗାନାର ଅନେକ ଅଞ୍ଚଳରେ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ସଡ଼କ ଓ ତଳସ୍ତରରେ ପାଣି ବୃଦ୍ଧି ପାଇଛି। ଫଳରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ଘଟିଛି। ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଥିପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାର ଆଜି ଓ କାଲି ୨ଦିନ ଛୁଟି ଘୋଷଣା କରିଛନ୍ତି।
ତେଲେଙ୍ଗାନା ସରକାର ସମସ୍ତ ଘରୋଇ ସଂସ୍ଥା, କାର୍ଯ୍ୟାଳୟ ଓ ଅଣଆବଶ୍ୟକ ସେବା ପାଇଁ ଘରୁ କାମ କରିବା ପାଇଁ ଆଦେଶ ଜାରି କରିବା ସହ ୨ଦିନ ଛୁଟି ଘୋଷଣା କରିଛନ୍ତି। ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ପାଣି ଘେରରେ ରହିଥିବା ଲୋକଙ୍କୁ ପୁଲିସ, ଏନଡିଆରଏଫ୍, ଜୀଏଚଏମସୀ ଓ ଡିଆରଏଫ୍ ଟିମ୍ ଉଦ୍ଧାର କରିଛି। ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ଜଣାପଡ଼ିଛି।