ଜୁଆ ଆଡ୍ଡା ଉପରେ ଚଢ଼ଉ : ୮ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ଟାଉନ୍ ଥାନା ପୁଲିସ୍ ଗତକାଲି ରାତିରେ ପାରାବେଡ଼ା ସାହିର ଏକ ଘରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ଚଢ଼ଉ କରିିଥିଲା। ଚଢ଼ଉ ସମୟରେ ୨୦ ହଜାର ୩୫୦ ଟଙ୍କା ଓ ୮ଟି ମୋବାଇଲ୍ ଫୋନ୍ ସହ ୮ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଥାନାଧିକାରୀ ବାଲେଶ୍ୱର ଗିଦ୍ଧି ସୂଚନା ଦେଇଛନ୍ତି। ଗିରଫ ଜୁଆଡିଙ୍କ ବିରୁଦ୍ଧରେ ଜୟପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି।