ଦିଲ୍ଲୀରେ ପ୍ରବଳ ବର୍ଷା, ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ ଏବଂ ଏହାର ଆଖପାଖ ଅଞ୍ଚଳ ନୋଇଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିୟାବାଦରେ ପ୍ରବଳ ବର୍ଷା କାରଣରୁ ଜଳମଗ୍ନ ହୋଇଯାଇଛି। ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଲୋକଙ୍କ ଯାତାୟାତକୁ ନଜରରେ ରଖି ଟ୍ରାଫିକ୍ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦିଲ୍ଲୀ ଟ୍ରାଫିକ୍ ପୁଲିସ ପକ୍ଷରୁ ଟୁଇଟ୍ କରି ଯେଉଁ ମାର୍ଗରେ ଲୋକମାନେ ସୁବିଧାରେ ଯାତାୟାତ କରିପାରିବେ ଏବଂ ଦିଲ୍ଲୀର କେଉଁ ଅଞ୍ଚଳରେ ବର୍ଷାଜଳ ଜମିରହିଛି ସେ ସମ୍ପର୍କରେ ସୂଚନା ଦିଆଯାଇଛି।

ସେହିପରି ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଲାଗିରହିବ। ସେହିପରି ଆଗାମୀ ୨ ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।