ଭୟାବହ ଅଗ୍ନିକାଣ୍ଡ, ଘର ପୋଡ଼ି ପାଉଁଶ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଅନ୍ତର୍ଗତ ଭୃଙ୍ଗିଯୋଡ଼ି ପଞ୍ଚାୟତର ଡ଼ହିଙ୍ଗିଆ ଗ୍ରାମର ମୁଡ଼େ କହଁରଙ୍କ ପୁଅ କୁଲୁ କହଁରଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇଯାଇଛି। ଘର ଭିତରେ ଥିବା ୩୦ ବର୍ଷରୁ ଊର୍ଦ୍ଧ୍ୱ ବସ୍ତା ଧାନ, ଚାଉଳ ଓ ଲୁଗାପଟା ସହିତ ନଗଦ ୧୫ ହଜାର ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଗ୍ରାମବାସୀ ମାନେ ବହୁ ଚେଷ୍ଟା ପରେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ।