Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ: ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କଲା ଓଡ଼ିଶା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଟିକାକରଣ: ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କଲା ଓଡ଼ିଶା

ଆଜି ୮୧.୧% ସମ୍ମୁଖ ଯୋଦ୍ଧା ଟିକା ନେଲେ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶନିବାର ଓଡ଼ିଶା କୋଭିଡ୍ ଟିକାକରଣରେ କ୍ଷେତ୍ରରେ ସମଗ୍ର ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛି। ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ କୋଭିଡ୍ ଟିକା ଗ୍ରହଣ କରିଛନ୍ତି। ରାଜ୍ୟରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପୁଲିସ୍ ମହାନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଇଛନ୍ତି। ପ୍ରାୟ ଅଧିକାଂଶ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍‌ପି, କମିଶନର, ବରିଷ୍ଠ ପଞ୍ଚାୟତ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଓ ନଗର ଉନ୍ନୟନ ଅଧିକାରୀ ପ୍ରମୁଖ ଟିକାନେବାରେ ସାମିଲ ଅଛନ୍ତି। ଏହାବ୍ୟତୀତ ଅନ୍ୟ ସମ୍ମୁଖ ଯୋଦ୍ଧାମାନେ ମଧ୍ୟ ଟିକା ନେଇଛନ୍ତି। ଯେଉଁ ବରିଷ୍ଠ ଅଧିକାରୀମାନେ ଟିକା ନେଇଛନ୍ତି, ସେମାନେ ଟିକା ନେବା ବେଳର ଫେଟୋ ବା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିଛନ୍ତି। ଏହି ଟିକା ନେବାର ଫଟୋ ଛାଡ଼ିବା ପରେ,ଏଭଳି ପ୍ରେରଣାଦାୟୀ ଉଦ୍ୟେମ ପାଇଁ ବରିଷ୍ଠ ଅଧିକାରୀମାନେ ଜନସାଧାରଣଙ୍କଠାରୁ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶ ପାଇଁ ସେମାନେ ନୂଆ ବାର୍ତ୍ତା ଦେଇଛନ୍ତି। ଏହାର ସମସ୍ତ ଶ୍ରେୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପାଖକୁ ଯାଇଛି।

ଗତକାଲି ନିଜେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍ ଟିକା ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଏହି କୋଭିଡ୍ ଟିକା ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ସେ ଟିକା ନେବା ପରେ ଅନ୍ୟମାନଙ୍କୁ ଟିକା ନେବା ପାଇଁ ପରାମର୍ଶ ଦେଇଥିଲେ। ଯେଉଁ ବରିଷ୍ଠ ଅଧିକାରୀମାନେ ଟିକା ନେବେ, ସେମାନେ ନିଜ ଟିକା ନେବା ବେଳର ଫଟୋ ବା ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିବା ଲାଗି ପରାମର୍ଶ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଟିକା ନେବାର ଫଟୋ ଛାଡ଼ିବା ଦ୍ୱାରା ଯେଉଁମାନଙ୍କ ମନରେ ଟିକା ନେବା ପାଇଁ ଭୟ ଓ ଆଶଙ୍କା ରହିଛି, ତାହା ଦୂର ହେବ। ଓଡ଼ିଶା ଆଜିର ଟିକାକରଣକୁ ନେଇ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ଚର୍ଚ୍ଚା ଚାଲିଛି।

ଶନିବାର ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ ଆଜି ୮୧.୧% ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି। ରାଜ୍ୟରେ ୩୦ଜିଲ୍ଲାରେ ୪୪୯ କେନ୍ଦ୍ରରେ ୪୮ହଜାର ୪୪୬ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୪୩୦ କେନ୍ଦ୍ରରେ ୩୯ହଜାର ୩୭୫ ଯୋଦ୍ଧା ଟିକା ନେଇଛନ୍ତି। ଏହାବ୍ୟତୀତ ଭୁବନେଶ୍ୱରରେ ୧୧ହଜାର ୬୦ ଯୋଦ୍ଧାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ୧୨୭୧ଜଣ ଅଧିକା ଟିକା ନେଇଛନ୍ତି। ଅର୍ଥାତ ଭୁବନେଶ୍ୱରରେ ୧୦୯.୬% ଟିକାକରଣ ହୋଇଛି। ରାଜ୍ୟରେ ୧୦ଜିଲ୍ଲାରେ ଶତପ୍ରତିଶତଠାରୁ ଅଧିକ ଟିକାକରଣ ହୋଇଛି। ଆଜି ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୭୩.୭% ଟିକାକରଣ ହୋଇଥିଲା ବେଳେ ସର୍ବନିମ୍ନ ଗଜପତିରେ ୩୩.୧% ଟିକାକରଣ ହୋଇଛି। ଆଜି ଜଣେ ହେଲେ ବି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହୋଇନାହାନ୍ତି।

ଅନ୍ୟପଟରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୮ହଜାର ୭୦୦ଯୋଦ୍ଧାଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ସେଥିପାଇଁ ଗତ ୧୬ ତାରିଖରୁ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ ଆସନ୍ତା ୧୦ତାରିଖ ସୁଦ୍ଧା ଶେଷ କରିବା ଲାଗି ଯୋଜନା ରଖାଯାଇଛି। ହେଲେ ରାଜ୍ୟରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ସୁଦ୍ଧା ୨ଲକ୍ଷ ୫୨ ହଜାର ୩୪୬ଜଣ ଯୋଦ୍ଧା ଟିକା ନେଇସାରିଲେଣି। ଫଳରେ ରାଜ୍ୟରେ ଟିକାକରଣ ମାତ୍ରା ୭୪.୪%ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ଟିକାକାରଣରେ ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୮୪.୮% ଟିକାକରଣ ହୋଇଥିଲାବେଳେ କଟକରେ ସର୍ବନିମ୍ନ ୫୭.୫% ରହିଛି। ଏହାବ୍ୟତୀତ ଭୁବନେଶ୍ୱରରେ ୭୪% ରହିଛି। ଅନ୍ୟପଟରେ ଆଜି ଦ୍ୱିତୀୟ ପର୍ଯ୍ୟାୟରେର ପ୍ରଥମ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ ଅନ୍ୟ ଯୋଦ୍ଧାଙ୍କ ଭିତରେ ୧ଲକ୍ଷ ୯୨ ହଜାରେ ୪୩୭ ଯୋଦ୍ଧା ଟିକା ନେବାର କାର୍ଯ୍ୟକ୍ରମ ରହିଛି।