ଶୀତରେ ଥରିଲା ଦାରିଙ୍ଗବାଡ଼ି, ପ୍ରବଳ ତୁଷାରପାତ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ତଳେ ରାଜ୍ୟରେ ବର୍ଷା ଦେଖାଦେଉଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ପ୍ରବଳ ମାତ୍ରାରେତୁଷାରପାତ ହୋଇଛି। ଘନ କୁହୁଡ଼ିର ଚାଦର ତଳେ ଦିନ ଦଶଟା ଯାଏଁ ଘୋଡେଇ ହୋଇ ସାରା ଅଞ୍ଚଳ ରହିଥିବା ବେଳେ ପ୍ରବଳଜାଡ଼ରେ ସମଗ୍ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। 

ଶନିବାର ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିଥିବାବେଳେ ରବିବାର ସକାଳ ୮ଟା ସୁଦ୍ଧା ତାହା ହ୍ରାସ ପାଇଁ ୭.୨ଡିଗ୍ରୀରେ ପହଞ୍ଚିଛି। ସେହିପରି ଦାରିଙ୍ଗବାଡ଼ିରେ ଦିନସାରା ସମାନ ତାପମାତ୍ରା ରହୁଛି। ଅନ୍ୟପଟେ ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ ଅଞ୍ଚଳରେ କୁହୁଡ଼ି ଦେଖିବାକୁ ମିଳୁଛି। ଶୀତର ମଜା ନେବା ପାଇଁଦାରିଙ୍ଗବାଡ଼ି ଆସୁଥିବା ପର୍ଯ୍ୟଟକମାନେ ଶୀତ ଅନୁଭୂତ ହେଉଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ସକାଳୁ ହିଲଭିୟୁ ପାର୍କର ୱାଚ ଟାୱାରରେ ସୂର୍ଯ୍ୟ ଉଦୟ ଓ ସନ୍ଧ୍ୟାରେ ସାଇଲେଣ୍ଟ୍‌ ଭ୍ୟାଲି ଉପରେ ଠିଆହୋଇସୂର୍ଯ୍ୟାସ୍ତ ଦେଖିବାକୁ ଭିଡ଼ ଜମୁଛି। ସେହିପରି ଶୀତ ଦାଉରୁ ରକ୍ଷା ପାଇଁ ସନ୍ଧ୍ୟା ସକାଳେ ଲୋକେ ନିଆଁ ପୁଉଁଥିବା ଦେଖିବାକୁମିଳିଥିବା ବେଳେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିରେ ଶୀତ ଉତ୍ସବ ଶେଷ ହୋଇଥିବା ବେଳେ ଶୀତ ଅବ୍ୟାହତ ରହିଥିବାରୁ ସେମାନେ ଖୁସି ମନାଉଛନ୍ତି