ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ପ୍ରବଳ ମାତ୍ରାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ତଳେ ରାଜ୍ୟରେ ବର୍ଷା ଦେଖାଦେଉଥିବା ବେଳେ ବର୍ତ୍ତମାନ ଅଞ୍ଚଳରେ ପ୍ରବଳ ମାତ୍ରାରେତୁଷାରପାତ ହୋଇଛି। ଘନ କୁହୁଡ଼ିର ଚାଦର ତଳେ ଦିନ ଦଶଟା ଯାଏଁ ଘୋଡେଇ ହୋଇ ସାରା ଅଞ୍ଚଳ ରହିଥିବା ବେଳେ ପ୍ରବଳଜାଡ଼ରେ ସମଗ୍ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।
