ବଢ଼ୁଥିବା କରୋନା ମାମଲା ପାଇଁ ୮ଟି ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮ଟି ରାଜ୍ୟକୁ ଚିଠି ଲେଖିଛନ୍ତି । କରୋନା ପାଇଁ କରାଯାଉଥିବା ସଚେତନତା ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ରଶାସିତ ପ୍ରଦେଶ ସମେତ ୮ଟି ରାଜ୍ୟ ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ରାଜସ୍ଥାନର ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠିରେ ଲେଖିଛନ୍ତି ଯେ, ମହାମାରୀ ଏବେ ବି ସରିନାହିଁ । ଆମକୁ ପ୍ରତ୍ୟେକଟି ସ୍ତରରେ ସତର୍କ ରହିବାକୁ ପଡ଼ିବ । ନଚେତ୍ ସାମାନ୍ୟ ଅସାବଧାନତା ବର୍ତ୍ତମାନ ସୁଦ୍ଧା ମହାମାରୀ ବିରୋଧରେ ହାସଲ କରାଯାଇଥିବା ସମସ୍ତ ସଫଳତାକୁ ନଷ୍ଟ କରିଦେବ ।