ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଦୁର୍ନୀତି ମାମଲାରେ ସିବିଆଇ ସମନ ଜାରି କରିଛି । ସତ୍ୟପାଲଙ୍କୁ ଏପ୍ରିଲ ୨୭ ଓ ୨୮ରେ ହାଜର ହେବାକୁ କୁହାଯାଇଛି ।

ଜମ୍ମୁ-କଶ୍ମୀରରେ ୨ଟି ପ୍ରୋଜେକ୍ଟରେ ତ୍ରୁଟିକୁ ନେଇ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ସିବିଆଇ ତାଙ୍କୁ ଡକାଇଛି । ଉକ୍ତ ମାମଲାକୁ ନେଇ ସିବିଆଇ ତାଙ୍କୁ ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସମନ ଜାରି କରିଥିଲା ।