ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହଁସାମୁରା କଟାପାଲି ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ୨୬ ଲକ୍ଷ ବ୍ୟୟ ଅଟକଳରେ ୬ଟି କଂକ୍ରିଟ ରାସ୍ତା ନିର୍ମାଣ କରିବାସହ ୪ ଲକ୍ଷ ବ୍ୟୟ ଅଟକଳରେ ମହିଳା ସମିତି ଟ୍ରେନିଂ ସେଣ୍ଟର ସମ୍ପୂର୍ଣ୍ଣ କରିବା ପାଇଁ ଶ୍ରୀ ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡରେ ଗାଁଠୁ ସହର ସବୁରି ବିକାଶ ହେବ। ରସ୍ତାଘାଟ, ଶିକ୍ଷା,ସ୍ୱାସ୍ଥ୍ୟ, ମହିଳା ଶସକ୍ତିକରଣ, ପାନୀୟ ଜଳଯୋଗାଣ, ସ୍ଥାନୀୟ ନିଯୁକ୍ତି ଆଦି ସବୁ ସମସ୍ୟାର ସମାଧାନ ହେବାସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ବିକାଶର ଶିଖରକୁ ପହଞ୍ଚିବ। ଏହି ଅବସରରେ ଝାରସୁଗୁଡା ବ୍ଲକ ଚେୟାରମ୍ୟାନ ଦିଗାମ୍ବର ଭୋଇ, ଝାରସୁଗୁଡା ବ୍ଲକ ବିଜେଡି ସଭାପତି ଦାମୋଦର ନାଥ ପ୍ରମୁଖଙ୍କ ସହ ସ୍ଥାନୀୟଲୋକେ ଉପସ୍ଥିତ ଥିଲେ।