କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିଲା ସ୍ୱାସ୍ଥ୍ୟ ବୀମା କାର୍ଡ

ଦେବଗଡ଼,ଏନ୍ଏନ୍ଏସ୍: କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟବୀମା କାର୍ଡ ଆଜି ଦେବଗଡ଼ ଜିଲ୍ଲା ସାମ୍ବାଦିକଙ୍କୁ ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ଣରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ୨ ଲକ୍ଷ ଟଙ୍କା ମୂଲ୍ୟର ଏହି ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରିଛନ୍ତି।

ସରକାରଙ୍କ ଏହି ନିଷ୍ପତି ଫଳରେ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟରତ ୨୭ ଜଣ ସାମ୍ବାଦିକ ଉପକୃତ ହୋଇଥିବା ବେଳେ ଏହି ବୀମା ରାଶିକୁ ସରକାର ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଓଡିଶା ସାମ୍ବାଦିକ ୟୁନିୟନର ସମ୍ପାଦକ ଅଶୋକ କୁମାର ନନ୍ଦ ଦାବି କରିଛନ୍ତି। ଏଥିସହ ସାମ୍ବାଦିକଙ୍କୁ ପେନସନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେ ଦେବଗଡ଼ ଶାଖା ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।