ରେଳ ଧାରଣାରୁ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ନିକଟ ରେଳ ଧାରଣାରେ ଆଜି ଏକ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଶରୀର ଠାରୁ ମୁଣ୍ଡ ଅଲଗା ହୋଇପଡିଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ଏୟାରଫିଲ୍‌ଡ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିିଁ। ସେହିପରି ମୃତ ଯୁବକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ।