ଭାରତୀୟ ହକି ଟିମର ମୁଖ୍ୟ କୋଚଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଗ୍ରାହମ ରୀଡ଼ ଇସ୍ତଫା ଦେଇଛନ୍ତି । ୨୦୨୩ ହକି ବିଶ୍ୱକପ ଫାଇନାଲ ମ୍ୟାଚ ପରେ ରୀଡ଼ ତାଙ୍କ ଇସ୍ତଫା ପତ୍ର ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ତିର୍କିଙ୍କୁ ପ୍ରଦାନ କରିଛନ୍ତି । ରୀଡ଼ଙ୍କ ସମେତ ଆନାଲିଟିକାଲ କୋଚ୍ ଗ୍ରେଗ କ୍ଲାର୍କ ଓ ସାଇଣ୍ଟିଫିକ ଏଡଭାଇଜର ମାଇକେଲ ଡେଭିସ ମଧ୍ୟ ଇସ୍ତଫା ଦେଇଛନ୍ତି । ଉପରୋକ୍ତ ୩ଜଣ ନୋଟିସ ପିରିୟଡ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ।

ସୂଚନାଯୋଗ୍ୟ, ୨୦୨୩ ହକି ବିଶ୍ୱକପ ଓଡ଼ିଶାରେ ଆୟୋଜିତ ହୋଇଥିଲା । ଭାରତ ୯ମ ସ୍ଥାନ ସହ ୱାର୍ଲ୍ଡକପ ଯାତ୍ରା ଶେଷ କରିଥିଲା । ଅନ୍ୟପଟେ ବେଲଜିୟମକୁ ହରାଇ ଜର୍ମାନୀ ଚାମ୍ପିୟାନ ହୋଇଥିଲା ।