ସ୍କୁଲରେ ମିଳିବ ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟର ସମସ୍ତ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ନିଟ୍ ଓ ଜେଇଇ କୋଚିଂ ପ୍ରଦାନ କରାଯିବ । ନିଟ୍ ଓ ଜେଇଇ ଆଶାୟୀଙ୍କୁ ଅନଲାଇନ କୋଚିଂ ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ହୋଇଥିବା ଜଣାପଡ଼ିଛ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅଧ୍ୟକ୍ଷଙ୍କୁ ଚିଠି ପଠାଯାଇଛି । ଏଥିଲାଗି ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।