ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ସିକ୍ୟୁଲାର)ର ନେତା ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଜୁନ୍ ୧୯ରେ କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଶ୍ରୀ ଦେବଗୌଡା କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ।

କର୍ଣ୍ଣାଟକରେ ବାଚସ୍ପତିଙ୍କ ସମେତ ମୋଟ ୧୧୭ ଆସନ ଅଛି। ଯେଉଁଥିରେ ବିଜେପି ଦୁଇଟି ଆସନ ଜିତିଥିଲା ଏବଂ ଅନ୍ୟ ଆସନ ଗୁଡିକରେ ଜନତା ଦଳ(ସିକ୍ୟୁଲାର)ର ନେତା ଏଚଡି ଦେବଗୌଡା ବିଜୟ ହାସଲ କରି ରାଜସଭାକୁ ନିର୍ବାଚିତ ହୋଇଥିଲେ। ଆଜି ସେ ଶପଥ ଗ୍ରହଣ କରିବା ପରେ ଚେୟାରମ୍ୟାନ୍ ଏମ ଭେଙ୍କୟା ନାଇଡୁ ତାଙ୍କୁ ଗୃହରେ ସ୍ୱାଗତ କରିଥିଲେ।