ରାଜ୍ୟରେ ୪୩୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣରେ ଆଜି ପୁଣି ଓଡିଶା ରେକର୍ଡ କରିଛି। ଗତ ୨୪ ଘଣ୍ଟାରେ ୪୩୩୦ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି। ଆଜି ପୁଣି ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୪୩୩୦ ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୪ ଟି ଓ କଟକ ଜିଲ୍ଲାରୁ ୫୪୯ଟି ମାମଲା ରହିଛି।ସେହିପରି ପୁରୀରୁ ୨୯୨, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, ବରଗଡ଼ରୁ ୯୯, ବାଲେଶ୍ୱରରୁ ୧୨୧, ଅନୁଗୁଳରୁ ୧୭୬, ମୟୁରଭଞ୍ଜରୁ ୧୫୨, ଝାରସୁଗୁଡ଼ାରୁ ୧୫୩, ମାଲକାନଗିରିରୁ ୬୩, ନୂଆପଡ଼ାରୁ ୬୨, ସମ୍ବଲପୁରରୁ ୧୦୭, କେନ୍ଦାପଡାରୁ ୧୦୭, ବଲାଙ୍ଗିରରୁ ୭୯, ଗଞ୍ଜାମରୁ ୫୧, କେନ୍ଦୁଝରରୁ ୧୧୮, ନବରଂଗପୁରରୁ ୧୩୩, କୋରାପୁଟରୁ ୯୪, ରାୟଗଡ଼ାରୁ ୮୫, ସୋନପୁରରୁ ୨୫, ଭଦ୍ରକରୁ ୭୪, ନୟାଗଡ଼ରୁ ୫୩, ସୁନ୍ଦରଗଡ଼ରୁ ୧୨୩, ଢେଙ୍କାନାଳରୁ ୬୭, ବୌଦ୍ଧରୁ ୪୭, ଗଜପତିରୁ ୧୬, ଦେବଗଡରୁ ୧୨, ମାମଲା ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୧,୭୯,୮୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୩୭,୪୬୯ ଥିବାବେଳେ ୧,୪୧,୬୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି।

ମୃତକଙ୍କ ମଧ୍ୟରୁ ପୁରୀ ଓ କଟକ ଜିଲ୍ଲାର ଦୁଇଜଣ ଲେଖାଏଁ ଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, କଳାହାଣ୍ଡି, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୦୧ରେ ପହଞ୍ଚିଛି।