ହାଥରସ୍ ଓ ବଳରାମପୁର ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କ ବିରୋଧରେ ପ୍ରତିବାଦ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଉତ୍ତରପ୍ରଦେଶ ହାଥରସ୍ ଓ ବଳରାମପୁରରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କ ବିରୋଧରେ ଆଜି ପ୍ରତିବାଦ କରାଯାଇଛି। ସରକାର ଶୀଘ୍ର ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାସହ ପୀଡିତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି। ସଙ୍ଗଠନ ପକ୍ଷରୁ ଆହୁୂରି ମଧ୍ୟ କୁହାଯାଇଛି ଯେ, ଉତ୍ତର ପ୍ରଦେଶ ସରକାର ଦେଶର ଆଇନ ଶୃଙ୍ଖଳାକୁ ପରିବର୍ତ୍ତନ କରି ସାରିଛି। ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି। ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇସ୍ତାଫା ଦିଅନ୍ତୁ ବୋଲି ସଙ୍ଗଠନ ଦାବି କରିଛି। ଏହି ପ୍ରତିବାଦ ଓ ଧାରଣାରେ ଆଦିବାସୀ ସମାଜ, କିଶାନ ସମାଜ ପ୍ରଗତିଶୀଳ ମଞ୍ଚ, ସମ୍ବିଧାନ ସଚେତନ ମଞ୍ଚ, ପ୍ରଗତିଶୀଳ ଶ୍ରମିକ ମଞ୍ଚ, ଗଂଡୱାନ ବିକାଶ ସଙ୍ଘ, ବୀମା କର୍ମଚାରୀ ସଙ୍ଘ, ସମ୍ମିଳୀତ ଆଦିବାସୀ ସମାଜ, ଗଣ୍ଡା ସମାଜ ବିକାଶ ପରିଷଦ, ଏସଟି ଏସସି ବିକାଶ ପରିଷଦ, ମହିଳା ଜାଗରଣ ମଞ୍ଚ, ଲୋକମୁକ୍ତି ସଙ୍ଗଠନର ସଦସ୍ୟମାନଙ୍କ ସହ ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।