୧୦୦ ପ୍ରତିଶତ ସିଲାବସରେ +୨ ପାଠପଢ଼ା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷଠୁ +୨ ପାଠପଢ଼ା ଶତ ପ୍ରତିଶତ ସିଲାବସ ସହ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି କରାଯାଇଛି । କିନ୍ତୁ ୨୦୨୨ରେ ଫେଲ୍ ହୋଇଥିବା ପିଲା ପୁରୁଣା ସିଲାବସ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି ।