ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ଆଉ ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୩୦ ପର୍ଯ୍ୟନ୍ତ ହରିୟାଣାର ସବୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ହରିୟାଣା ସ୍କୁଲରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ହରିୟାଣାର ରେବଡ଼ୀ ଜିଲ୍ଲାର ମୋଟ ୧୨ଟି ସରକାରୀ ସ୍କୁଲର ୭୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଜିନ୍ଦସ୍ଥିତ ଏକ ସ୍କୁଲରେ ୧୧ ବିଦ୍ୟାର୍ଥୀଙ୍କ ସମେତ ୮ଜଣ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ନେଇ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସୂଚନା ଦେଇଛନ୍ତି।