ଭୁବନେଶ୍ୱରରେ ୪୨ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୩୦,୩୭୨କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍:ଭୁବନେଶ୍ୱରରେ ୪୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯ଜଣ ଓ ସ୍ଥାନୀୟ ସଂକ୍ରମଣ ୩୩ଜଣ ରହିଛନ୍ତି। ଅନ୍ୟପଟେ ୫୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୪୨ ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୩୭୨କୁ ବୃଦ୍ଧି ପାଇଛି। ସେହିପରି ୨୯ ହଜାର ୫୩୫ ଜଣ ସୁସ୍ଥ ହୋଇଛନ୍ତି, ୨୦୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୬୧୫ ଜଣଙ୍କ ଚିକିତ୍ସା ଜାରି ରହିଛି।