ୱାର୍ଲ୍ଡକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ୍ , ନୂଆ ଉପଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ: ୱାର୍ଲ୍ଡକପ ୨୦୨୩ରେ ଆସନ୍ତାକାଲି ଭାରତୀୟ ଟିମ୍ ସାଉଥ ଆଫ୍ରିକାକୁ ଭେଟିବ । କିନ୍ତୁ ମୁକାବିଲା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ କାରଣରୁ ୱାର୍ଲ୍ଡକପରୁ ବାଦ ପଡ଼ିଛନ୍ତି। ସେଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ ହାର୍ଦ୍ଦିକଙ୍କ ସ୍ଥାନରେ ୱିକେଟକିପର ବ୍ୟାଟ୍ସମେନ୍ କେଏଲ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏତଦବ୍ୟତୀତ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ଟିମରେ ସ୍ଥାନ ମିଳିଛି ।

ସୂଚନାଯୋଗ୍ୟ, ଭାରତୀୟ ଟିମ୍ ସେମିଫାଇନାଲ ପୂର୍ବରୁ ୨ଟି ମ୍ୟାଚ୍ ଖେଳିବ । ଭାରତୀୟ ଟିମ୍ ନଭେମ୍ବର ୫ରେ ସାଉଥ ଆଫ୍ରିକା ଓ ନଭେମ୍ବର ୧୨ରେ ନେଦରଲାଣ୍ଡ ବିରୋଧରେ ମ୍ୟାଚ୍ ଖେଳିବ ।