ଅମ୍ବାନୀଙ୍କୁ ହତ୍ୟା ଧମକ ଅଭିଯୋଗରେ ୧୯ ବର୍ଷୀୟ ଯୁବକ ଗିରଫ

ମୁମ୍ବାଇ: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ ପଠାଇବା ଅଭିଯୋଗରେ ମୁମ୍ବାଇର ଗାମଦେବୀ ପୁଲିସ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଗଣେଶ ରମେଶ ବନପାରଧୀ ।

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସର ଜଣେ ବିରିଷ୍ଠ ଅଧିକାରୀଙ୍କ କହିବାନୁସାରେ କିଛି କିଶୋରଙ୍କ ମାଧ୍ୟମରେ ମଜାକ କରାଯାଇଥିଲା ।ବର୍ତ୍ତମାନ ସମୟରେ ଯାଞ୍ଚ ଜାରୀ ରହିଛି । ମୁକେଶ ଅମ୍ବାନୀଙ୍କୁ ମୋଟ ୫ଟି ଇମେଲ ଆସିଥିଲା । ଏଥିରେ ତାଙ୍କୁ ୪୦୦ କୋଟି ଟଙ୍କା ଦାବୀ କରାଯାଇଥିଲା । ଅମ୍ବାନୀଙ୍କୁ ଜୀବନରୁ ମାରିବାକୁ ନେଇ ମଧ୍ୟ ଧମକ ଦିଆଯାଇଥିଲା ।