କ୍ରିକେଟରୁ ସନ୍ୟାସ ନେଲେ ହରଭଜନ ସିଂହ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ସ୍ପିନର ହରଭଜନ ସିଂହ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଏନେଇ ନିଜେ ହରଭଜନ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏହି ଘୋଷଣା ପରେ ହରଭଜନଙ୍କ ୨୩ ବର୍ଷର କ୍ରିକେଟ କ୍ୟାରିୟରର ଅନ୍ତ ଘଟିଛି।

ସୂଚନାଯୋଗ୍ୟ, ଭଜ୍ଜି ନାମରେ ପରିଚିତ ହରଭଜନ ସିଂହ ୨୦୧୬ରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଏହି ଟି-ଟ୍ୱୋଣ୍ଟି ମ୍ୟାଚରେ ଭଜ୍ଜି ୪ ଓଭରରେ ଗୋଟିଏ ମେଡେନ ସହ ମାତ୍ର ୧୧ ରନ୍ ଦେଇ ୱିକେଟ ନେଇଥିଲେ। ସେହିପରି ଶେଷ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ଅକ୍ଟୋବର ୨୦୧୫ରେ ଖେଳିଥିବାବେଳେ ଶେଷ ଟେଷ୍ଟ ୨୦୧୫ ଅଗଷ୍ଟରେ ଖେଳିଥିଲେ।

ଭଜ୍ଜୀ ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଭାରତ ପାଇଁ ୧୦୩ ଟେଷ୍ଟ, ୨୦୬ ଦିନିକିଆ ଓ ୨୮ଟି ଟି-ଟ୍ୱୋଣ୍ଟି ମ୍ୟାଚ୍ ଖେଳିଥିଲେ। ଟେଷ୍ଟରେ ତାଙ୍କ ନାଁରେ ୪୧୭ ୱିକେଟ, ଦିନିକିଆରେ ୨୬୯ ଓ ଟି-ଟ୍ୱୋଣ୍ଟିରେ ୨୫ଟି ୱିକେଟ ରହିଛି।