ଆସନ୍ତା ୨୭ରୁ ଆରମ୍ଭ ହେବ ଯୁକ୍ତ ୨ ଫର୍ମଫିଲପ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ୨ ପରୀକ୍ଷା ପାଇଁ ଆସନ୍ତା ଡିସେମ୍ବର ୨୭ରୁ ଫର୍ମଫିଲପ୍ ଆରମ୍ଭ ହେବ। ଫର୍ମଫିଲପ୍ ବାବଦକୁ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ। କଲେଜ ସାମ୍ସ ପୋର୍ଟାଲ ଜରିଆରେ ଫର୍ମଫିଲପ୍ ହେବ। ଜାନୁଆରୀ ୪ ପର୍ଯ୍ୟନ୍ତ ବିନା ଜରିମାନାରେ ଫର୍ମଫିଲପ୍ ହେବ। ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଶହେ ଟଙ୍କା ଜରିମାନା ଦେଇ ଫର୍ମଫିଲପ୍ କରିପାରିବେ। ଏଥିସହିତ ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।