ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାଖୁଣ୍ଡାପାଳ ଗ୍ରାମର ମୁଣ୍ଡା ସାହିରେ ଘଟିଛି ଅଭାବନୀୟ ଘଟଣା। ଘର ନିକଟରେ ଥିବା ଏକ ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ପୁରୁଣିଆ ଗ୍ରାମର ବିଳାସିନୀ ମୁଣ୍ଡା। ସେ ଚାଖୁଣ୍ଡାପାଳ ଗ୍ରାମରେ ମାମୁଁ ଘରେ ରହି ପାଠ ପଢୁଥିଲେ। ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରୁ ଏକ ମୋବାଇଲ ଜବତ କରିଛି ପୁଲିସ।