ଭତ୍ତା ଅପେକ୍ଷାରେ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ

ମାଲକାନଗିରି, ଏନ୍ଏନ୍ଏସ୍: ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟମାନଙ୍କ ଭତ୍ତା ପାଇଁ ସରକାର ବିଭିନ୍ନ ଯୋଜନା କରୁିଥିବାବେଳେ ଏଭଳି ଅନେକ ଅଛନ୍ତି ଯେଉଁମାନେ କି ଏହି ଯୋଜନାର ସୁଫଳ ପାଇପାରୁନାହାଁନ୍ତି। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଦୁରାଗୁଡ଼ା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁରାଗୁଡ଼ା ଗ୍ରାମର ପଦଲାମ ନାୟକ (୬୨)। ଏହି ବୟସରେ କାମଧନ୍ଦା କରିପାରୁନଥିବାରୁ ବାଧ୍ୟ ହୋଇ ଝିଅ ଘରେ ଆଶ୍ରୟ ନେଇଛନ୍ତି।

ଭତ୍ତାପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଭତ୍ତା ପାଉନଥିବା ଅଭିଯୋଗ କରିଛନ୍ତି। ସେହଭଳି ଏହି ଗ୍ରାମରୁ ଆଉ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଡମୁ ଦୋରାଙ୍କ ପୁତ୍ର ଜିତେନ୍ଦ୍ର ଦୋରା। ଜନ୍ମରୁ ୪୦ ପ୍ରତିଶତ ଶାରୀରିକ ଅକ୍ଷମ। ଏଥିପାଇଁ ସରକାର ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି। ତଥାପି ଭିନ୍ନକ୍ଷମ ଭତ୍ତାରୁ ସେ ମଧ୍ୟ ବାଦ ପଡ଼ିଛନ୍ତି। ତେବେ ଉଭୟ ଶୀଘ୍ର ଭତ୍ତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦ କରିଛନ୍ତି। ଖୁବଶୀଘ୍ର ଉଭୟଙ୍କୁ ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତ୍ସାରାଣୀ ପାତ୍ର ପ୍ରକାଶ କରିଛନ୍ତି।