ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୧୮ ହଜାର ୨୭୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୬, ମୟୁରଭଞ୍ଜରୁ ୩୪, କଟକରୁ ୩୩, ଅନୁଗୁଳରୁ ୩୨, ପୁରୀରୁ ୩୧, ବରଗଡ଼ରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗିରରୁ ୨୫, କେନ୍ଦ୍ରାପଡ଼ାରୁ ୧୮, ବାଲେଶ୍ୱରରୁ ୧୭, ସୁନ୍ଦରଗଡ଼ରୁ ୧୬, ଜଗତସିଂହପୁର, ନୂଆପଡ଼ା ଓ ସମ୍ବଲପୁରରୁ ୧୪ ଲେଖାଏଁ, କେଉଁଝରରୁ ୧୦, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳ, କୋରାପୁଟ ଓ ଝାରସୁଗୁଡ଼ାରୁ ୫ ଲେଖାଏଁ, ରାୟଗଡ଼ାରୁ ୪, ନବରଙ୍ଗପୁର ଓ ସୋନପୁରରୁ ୩ ଲେଖାଏଁ, ଭଦ୍ରକ ଓ ଦେଓଗଡ଼ରୁ ୨ ଲେଖାଏଁ, ମାଲକାନଗିରିରୁ ଜଣେ ଓ ଷ୍ଟେଟ ପୁଲରୁ ୧୦ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୨୯କୁ ବୃଦ୍ଧି ପାଇଥିବାବେଳେ ୩ଲକ୍ଷ ୧୮ ହଜାର ୨୭୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୭୯୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୯୫୩ ଜଣ ଚିକିତ୍ସିତ ହେଉଛନ୍ତି।