ସିଓଲରେ ହାଲୋୱିନ ପର୍ବରେ ଅଘଟଣ: ମୃତ୍ୟୁ ସଂଖ୍ୟା ୧୫୧କୁ ବୃଦ୍ଧି

ସିଓଲ,ଏଜେନ୍ସି: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଶନିବାର ରାତିରେ ହାଲୋୱିନ ପର୍ବ ପାଳନ ବେଳେ ଦଳାଚକଟା ସହ ଶ୍ବାସରୁଦ୍ଧ ହୋଇ ଏବେ ସୁଦ୍ଧା ୧୫୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ୮୨ ଜଣ ଲୋକ କ୍ଷତାକ୍ତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣାରେ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବପିଢ଼ି ବି‌‌ଶେଷ ଭାବେ ପ୍ରଭାବିତ ହୋଇଛନ୍ତି।

କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିିଥିବା ସୂଚନାନୁସାରେ ଏହି ହାଲୋୱିନ ପର୍ବ ପାଳନ ବେଳେ ଦଳାଚକଟାରେ ଏବେ ସୁଦ୍ଧା ୯୭ ଜଣ ମହିଳା ଓ ୫୪ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଛି। ଇରାନ, ଉଜବେକିସ୍ତା, ଚୀନ ଓ ନରୱେ ଆଦି ଦେଶର କିଛି ବିଦେଶୀମାନେ ବି ପ୍ରାଣ ହରାଇଥିବା ସୂଚନା ରହିଛି।

ଏହି ଦୁର୍ଘଟଣା ସକାଶେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ୍‌ ସୁକ୍‌-ୟେଲ୍‌ ଜାତୀୟ ଶୋକ ଘୋଷଣାକ କରିିଛନ୍ତି। ସେ ନିଜର ଶୋକ ପ୍ରକାଶ କରି କହିଛନ୍ତି ଯେ ସିଓଲରେ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁଃଖଦାୟକ।