ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେଗାଁ ଥାନା କନକପୁର ଗ୍ରାମର ଏକ ଜଙ୍ଗଲ ନିକଟରେ ଜଣେ ବିବାହିତ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରିଛି । ସମ୍ପୃକ୍ତ ମହିଳା ଜଣକ କନକପୁର ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ପତ୍ନୀ ପ୍ରିୟଙ୍କା ନାୟକ । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ପ୍ରାଥମିକ ତଦନ୍ତରେ ପେଟ୍ରୋଲରେ ପୋଡ଼ି ହୋଇ ଉକ୍ତ ମହିଳା ମୃତ୍ୟୁବରଣ କରିଥିବା ସଂନ୍ଦେହ କରୁଛି । ମୃତ ମହିଳାଙ୍କର ୫ ବର୍ଷର ୨ଜଣ ଜାଆଁଳା ପୁଅ ରହିଛନ୍ତି ।