ଗୁଣୁପୁର ଉପଖଣ୍ଡରୁ ୯କରୋନା ରୋଗୀ ଚିହ୍ନଟ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରୁ ପୁଣି ୯କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପୂର୍ବରୁ ଚିହ୍ନଟ ହୋଇଥିବା ବିଜୟପୁର ଗ୍ରାମ ଲିଙ୍କରେ ଆସି ପୁଣି ସେହି ପଞ୍ଚାୟତରୁ ନୂଆ ୫ରୋଗୀ ଚିହ୍ନଟ ହୋଇଥିବାବେଳେ ଗୁଣୁପୁର ପୌରାଞ୍ଚଳରୁ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ନିକଟରେ ପଜିଟିଭି ଆସିବାପରେ ସେମାନଙ୍କୁ ଗୁଣୁପୁର ଆର୍ଦଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟରକୁ ପଠାଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ଅନ୍ୟପଟେ କୁଜେନ୍ଦ୍ରୀ ଅଞ୍ଚଳରୁ ଜଣେ ମହିଳାଙ୍କ ନିକଟରେ ପଜିଟିଭି ଚିହ୍ନଟ ହୋଇଛି। ସେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ।

ସିରିଝୋଲି ପଞ୍ଚାୟତରେ ମୋଟ ୯୬ଜଣ ସଂକ୍ରମିତ ହୋଇଥିବାବେଳେ ଏଥିମଧ୍ୟରୁ ୫୭ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏଣୁ ବିଜୟପୁର ଲିଙ୍କ୍ ଭାଙ୍ଗିବାକୁ ପ୍ରଶାସନ ପକ୍ଷରୁ ୯ଦିନିଆ ସଟଡାଉନ, କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।