ଗଞ୍ଜେଇ ଜବତ ୧ ଗିରଫ

ଖଜୁରୀପଡ଼ା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ପୋଲିସ ଗଡ ପଦର କରୋନା ନାକାପୋଷ୍ଟ ନିକଟରୁ ବାଇକ୍ ସହ ୫ କେଜି ଗଞ୍ଜେଇ ଜବତ୍ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏକ ବାଇକ ଏପି ୩୧ ବିଡି ୦୨୦୩ ରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଂଚଳର ରମେଶ ଚନ୍ଦ୍ର ନାୟକ ଏକ ବ୍ୟାଗରେ ୫ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ପୋଲିସକୁ ଦେଖି ଗାଡି ଛାଡ଼ି ଦୌଡ଼ି ପଳାଇ ଯିବାବେଳେ ତାକୁ ଧରିବାରେ ପୋଲିସ ସକ୍ଷମ ହୋଇଥିଲେ। ଏନେଇ ଖଜୁରୀପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ସୁଚନା ପ୍ରଦାନ କରିଥିବା ବେଳେ ଏହାର ତଦନ୍ତ ଭାର ଏସଆଇ ଉଦ୍ଧବ କୁମାର ଯାନୀଙ୍କୁ ହସ୍ତାନ୍ତର କରାଯାଇଛି।