ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ରାଜ୍ୟପାଳ ଦେଲେ ୧୧ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ବାତ୍ୟା ଅମ୍ପନ ଓଡ଼ିଶାରେ ବେଶୀ ନହେଲେ ବି ଆଂଶିକ ଭାବେ କ୍ଷୟକ୍ଷତି ଘଟାଇଛି। ତେଣୁ ବାତ୍ୟା ଅମ୍ପନର ରିଲିଫ୍ ଓ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ସେହିପରି ପୂର୍ବରୁ କରୋନା ମୁକାବିଲା ପାଇଁ ମଧ୍ୟ ୨୧ଲକ୍ଷ ଟଙ୍କା ସେ ପ୍ରଦାନ କରିଥିଲେ। ଏହା ସହିତ ରାଜ୍ୟପାଳ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି।