‘ଗଲି’ କ୍ରିକେଟ ଖେଳିଲେ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରିଚର୍ଡ ମାର୍ଲସ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଯୁବ କ୍ରିକେଟର୍ସଙ୍କ ସହ ସମୟ ଅତିବାହିତ କରିଛନ୍ତି । ଏହି ସମୟରେ ଉପପ୍ରଧାନମନ୍ତ୍ରୀ ରିଚର୍ଡ ‘ଗଲି’ କ୍ରିକେଟ ଖେଳିଥିଲେ । ରିଚର୍ଡ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ରିଚର୍ଡ ଷ୍ଟ୍ରୀଟ ଫୁଡ ଖାଇ ଡିଜିଟାଲ ପେମେଣ୍ଟ ମଧ୍ୟ କରିଥିଲେ ।

ଏଏନଆଇ ମୁତାବକ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ ରିଚର୍ଡ ମାର୍ଲସ ଓ ବୈଦେଶିକ ମନ୍ତ୍ରୀ ପେନୀ ବୋଙ୍ଗଙ୍କ ସହ ଟୁ ପ୍ଲସ ଟୁ ରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା କରିବେ ।