ଗୁଜୁରୀବଣି ହକି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଦେବଗଡ,ଏନ୍ଏନ୍ଏସ୍: ସ୍ଥାନୀୟ ପି.ଜି. କ୍ଲବ୍‌ ପକ୍ଷରୁ ତିଳେଇବଣି ବ୍ଲକ୍‌ ଅନ୍ତର୍ଗତ ଗଜୁରୀବଣି ଗାଁ’ରେ ଚାଲିଥିବା ୪ ଦିନିଆ ଗ୍ରାମାଞ୍ଚଳ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଅମ୍ପାୟାର ସୁଜିତ ଟପ୍ପୋ, ରୋଶନ୍ ମିଞ୍ଜ, ସଚ୍ଚିନ୍ ଟପ୍ପୋ, ସୁମିତ୍ ମିଞ୍ଜ, କିଶୋର କିଣ୍ଡୋ, ଦୀପକ ଖେସ୍ ଓ ଅମିତ୍ ବାର୍ଲା ପ୍ରମୁଖ ସମସ୍ତ ଖେଳକୁ ପରିଚାଳନା କରିଥିଲେ। କ୍ଲବ୍‌ ଉପସଭାପତି କ୍ଲେମେଣ୍ଟ୍ ଖେସ୍ ଓ ସହସମ୍ପାଦକ ସିଲବେସ୍ତାର ଟପ୍ପୋଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏ-ଗୃପ୍‌ର ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ କୁମୁଦପାଲି ହକି ଟିମ୍ ୮-୭ ଟ୍ରାଇବ୍ରେକର୍ ଗୋଲରେ ମୁଣ୍ଡଗୋହିରା ଗାନ୍ଧିଜୀ କ୍ଲବକୁ ପରାସ୍ତା କରିଛି। ସେହିପରି ବି-ଗୃପରେ ରିଆମାଳ ବ୍ଲକର ବି.କେ. ହକି କ୍ଲବ ୧-୦ ଗୋଲରେ ରଜାମୁଣ୍ଡା କିଙ୍ଗସ୍ କ୍ଲବକୁ ହରାଇ ଚଳିତବର୍ଷ ଚମ୍ପିଆନ୍ ଟ୍ରଫି ହାସଲ କରିଥିଲେ।

କ୍ଲବ୍ ସଭାପତି ସୁମିତ ମିଞ୍ଜ ଓ ସମ୍ପାଦକ ରୋଶନ୍ ମିଞ୍ଜଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଚର୍ଚ୍ଚ ପାର୍ଚାର୍ ହେରମନ ବାର୍ଲା ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ସେହିପରି ଆଜି ଅନୁଷ୍ଠିତ ଉଦଯାପନୀ ଦିବସରେ ବିଶିଷ୍ଟ କ୍ରୀଡା ସଂଗଠକ ତଥା ରାଜ୍ୟ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ପୃଥ୍ୱୀରାଜ ପଟ୍ଟାନୟକ ମୁଖ୍ୟଅତିଥି ତଥା ବଣିଆଁକିଲିଣ୍ଡା ସରପଞ୍ଚ ବୁଦ୍ଧଦେବ ଘଡେଇ, ବରିଷ୍ଠ ସାମ୍ବାଦିକ ଟିକେଶ୍ୱର ଘଡେଇ ଓ ନିର୍ବାହୀ ଅଧିକାରୀ କୁଞ୍ଜବିହାରୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ବିଜୟୀ ଦଳକୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣମେଣ୍ଟ ଆୟୋଜନରେ ବାଲାସିୟୁସ୍ ମିଞ୍ଜ, ରାଜେଶ ବାର୍ଲା, ପ୍ରଶାନ୍ତ ଭାଖେଲ୍‌, ସମିର ଖେସ, କିଷନ କିଡୋ, ଆଶୀଷ ଖେସ, ବିନୋଦ କିଡୋ, ଶ୍ରୀକାନ୍ତ ମିଞ୍ଜ, ଉତ୍ତମ ଖେସ, ରଞ୍ଜିତ୍ ମିଞ୍ଜ, ପିଟର୍ ଟପ୍ପୋ ଓ ଅମୃତ ମିଞ୍ଜ ପ୍ରମୁଖ ସହଯୋଗ କରିଥିଲେ।