କଳାଶ୍ରମ ତରଫରୁ ଅକ୍ଟୋବର ୬ରୁ ଗୁରୁ ଦକ୍ଷିଣା ଉତ୍ସବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ତରଫରୁ ଆସନ୍ତା ଅକ୍ଟୋବର ୬ ତାରିଖରୁ ୮ ତାରିଖ ୩ ଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ସନ୍ଧ୍ୟା ୬ ଘଟିକାରେ ଗୁରୁଦକ୍ଷିଣା ଉତ୍ସବ ଅନୁଷ୍ଠିତ ହେବ ବୋଲି ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସଖିଳନୀରେ କଳାଶ୍ରମର ସମ୍ପାଦକ ଗୁରୁ ନିଦ୍ୟାନନ୍ଦ ଦାସ ସୂଚନା ଦେଇଛନ୍ତି।

କଳାଶ୍ରମ ତରଫରୁ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦୀର୍ଘ ୧୭ ବର୍ଷ ଧରି ଗୁରୁଦକ୍ଷିଣା ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଓଡ଼ିଶାରେ ଗୁରୁ-ଶିଷ୍ୟର ପରମ୍ପରାକୁ ଉଜ୍ଜିବୀତ ରଖିବା ସହିତ ଦିବ୍ୟାଙ୍ଗ କଳାକାରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି କଳା-ସଂସ୍କୃତି ପରମ୍ପରାର ମହାନତାକୁ ଅତୁଟ ରଖିବା, ସାଧାରଣ କଳାକାର ଓ ଦିବ୍ୟାଙ୍ଗ କଳାକାରଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ଓ ଓଡ଼ିଶାର କଳା ସଂସ୍କୃତିକୁ ବିଶ୍ୱ ଦରବାରରେ ଅଧିକ ପରିଚିତ କରିବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦାସ କହିଛନ୍ତି।

ପୂର୍ବବର୍ଷ ଭଳି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କଳାକାରମାନେ ସେମାନଙ୍କର କଳା, ନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ଅବସରରେ କଳା, ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ (ବଂଶୀବାଦକ), ଗୁରୁ ଦିବାକର ମହାନ୍ତି (ବିଶିଷ୍ଟ ସଙ୍ଗୀତଜ୍ଞ) ଏବଂ ଗୁରୁ ସ୍ନେହପ୍ରଭା ସାମନ୍ତରାୟ (ଓଡ଼ିଶୀ ନୃତ୍ୟଗୁରୁ) ୩ ଜଣ ବିଶିଷ୍ଟ ଗୁରୁଙ୍କୁ ‘ଗୁରୁ ଦକ୍ଷିଣା-୨୦୨୨’ ସମ୍ମାନରେ ସମ୍ମାନିତ କରଯିବ। ଏଥିସହିତ ବିଶିଷ୍ଟ ତବଲା ବାଦିକା ଶିମାଶିବା (କୋଲକତା), ଗୁରୁ ଶ୍ରୀ ଭୀମସେନ ମହାରଣା (ଦିବ୍ୟାଙ୍ଗ ସୀତାର ବାଦକ), ଗୁରୁ ଶ୍ରୀ ଧୀରଜ୍ କୁମାର ମହାପାତ୍ର (ଓଡ଼ିଶୀ ଭୋକାଲିଷ୍ଟ)ଙ୍କୁ ସୃଜନଶୀଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ନିତ୍ୟାନନ୍ଦ ଦାସଙ୍କ ଗୁରୁ ବିମ୍ବାଧର ଦାସ, ଗୁରୁ ବିଜୟ କୁମାର ଦାସ ଉପସ୍ଥିତ
ଥିଲେ।