ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ କରୋନା

ନୂଆଦିଲ୍ଲୀ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିର୍ବାଚନ ପ୍ରଚାର ଲାଗି ଗତକାଲି ସେ ବଡୋଦରାର ମିର୍ଜାପୁର ପହଞ୍ଚିଥିଲେ। ଆଉ ମଞ୍ଚରେ ଭାଷଣ ଦେବା ସମୟରେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ରକ୍ତଚାପ କମି ଯାଇଥିଲା।

ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସ୍ୱାସ୍ଥ୍ୟବସ୍ଥା ୨ ଦିନ ହେବ ଖରାପ ଥିବାରୁ ଅହମ୍ମଦାବାଦର ୟୁଏନ ମେହତା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। କାଲି ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ ଯୋଗେ ରୂପାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ୟୁଏନ ମେହତା ହସ୍ପିଟାଲର ଡାକ୍ତର ଆରକେ ପଟେଲ କହିଛନ୍ତି ଯେ, ରୂପାନୀ ଜୀ ପାଣିର ଅଭାବ ଓ କ୍ଳାନ୍ତ ଯୋଗୁ ବେହୋସ ହୋଇଯାଇଥିଲେ। ଆମେ ତାଙ୍କର ସମସ୍ତ ଟେଷ୍ଟ କରାଇଲୁ ଯାହାର ରିପୋର୍ଟ ସାମାନ୍ୟ ଆସିଥିଲା। କିନ୍ତୁ ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।