ସହିଦ ୨୨ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା

ମାଲକାନଗିରି,ଏନ୍ଏନ୍ଏସ୍: ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ସିଲଗେର ଜଙ୍ଗଲରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ୨୨ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କୁ ଜଗଦଲପୁର ଠାରେ ଦିଆଯାଇଛି ରାଷ୍ଟ୍ରୀୟ ମର୍ଯ୍ୟାଦା।

ସହିଦ ଯବାନଙ୍କ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ସମେତ ୨୨ ଯବାନ ସାମିଲ ଅଛନ୍ତି। ଏବେ ବି ଜଙ୍ଗଲ ମଧ୍ୟରେ ଜଣେ ଯବାନ ନିଖୋଜ ରହିଛନ୍ତି। ସମସ୍ତ ସହିଦ ଯବାନଙ୍କ ମର ଶରୀରର ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୁଲିସ। ପୁଲିସର ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ୩୦ ଗୁରୁତର ଯବାନଙ୍କୁ ରାୟପୁର ରାମକୃଷ୍ଣ ମେଡିକାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ସିଆରପିଏଫ୍ ଡିଜି ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।