ଅନେକ ଦିନର ବ୍ୟବଧାନ ପରେ କରୋନା ମୃତ୍ୟୁ: ଆଖି ବୁଜିଲେ ଯୁବତୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ସେପଟେ ଦେଶରେ ଦୈନିକ ସଂକ୍ରମଣ ପାଖାପାଖି ଲକ୍ଷେ ଛୁଇଁବା ଉପରେ। ରାଜ୍ୟରେ ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି କୋଭିଡ ସଂକ୍ରମଣ। ଆଜି ଦିନକରେ ୪୭୧ ଜଣ କରୋନା ପଜିଟିଭ୍ ବାହାରିଥିବା ଜଣାପଡିଛି। ସେପଟେ ଅନେକ ଦିନ ହେବ କୋଭିଡ ମୃତ୍ୟୁରେ ବିରାମ ଲାଗିଥିବା ବେଳେ ଆଜି ପୁଣି ଜଣେ ୨୯ ବର୍ଷୀୟା ମହିଳାଙ୍କ କୋଭିଡରେ ମୃତ୍ୟୁ ହୋଇଛି।

ସେ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା। ଅନ୍ୟପଟେ ମୃତକ ମହିଳା ହାଇପୋଥାଇରଏଡ ଓ ସିକିଲ ସେଲ୍ ରୋଗରେ ପୀଡିତ ଥିଲେ। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୨୨ରେ ପହଞ୍ଚିଛି।