ପୁଣି ରାଉରକେଲାର ୪ ସ୍ଥାନରେ ଜିଏସ୍ଟି ଚଢ଼ଉ

ରାଉରକେଲା,ଏନ୍ଏସ୍ଏସ୍: ଦୁଇ ଦିନରୁ ସୁନ୍ଦରଗଡ଼ ସମେତ ରାଉରକେଲାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଓ ଶିଳ୍ପସଂସ୍ଥାନ ଉପରେ ଜିଏସ୍ଟି ଚଢ଼ଉ ଜାରୀ ରହିଛି। ଏହିକ୍ରମରେ ମଙ୍ଗଳବାର ସ୍ଥାନୀୟ ଜିଏସଟି ଟିମ୍ ପକ୍ଷରୁ ବାସନ୍ତୀକଲୋନୀ, ଛେଣ୍ଡ ସମେତ ୪ଟି ସ୍ଥାନରେ ଏକକଳାଳୀନ ଚଢ଼ଉ କରାଯାଇଛି। ଏଥିମଧ୍ୟରୁ ଦୁଇଜଣ ଆୟକର ଓକିଲଙ୍କ ଘର ଓ କାର୍ଯ୍ୟାଳୟ ଅନ୍ତର୍ଭୃକ୍ତ ଥିବା ଜଣାପଡ଼ିଛି। ଜିଏସ୍ଟି ଠକେଇର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ବେଳେ ଏଥିମଧ୍ୟରୁ ଅନ୍ୟ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ଏଥିରେ ଆଗାମୀ ଦିନରେ ବଡ଼ଧରଣ ଜିଏସଟି ଠକେଇ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ଏଥିରେ ୫ ଟି ଶିଳ୍ପସଂସ୍ଥାନ ଉପରେ ଚଢ଼ଉ କରାଯାଇଥିଲା।