ଶାଢ଼ୀ ଦୋକାନରେ ଜିଏସଟି ବିଭାଗର ଚଢ଼ଉ

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ସହରରେ ଜିଏସଟି ଫାଙ୍କିବା ଅଭିଯୋଗରେ ଆଜି ଏକ କପଡ଼ା ଦୋକାନ ଉପରେ ଚଢ଼ଉ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ସହରସ୍ଥିତ ବାନ୍ଦୁ ଟିକ୍ରା ଛକରେ ଥିବା ମନୋରମା ଶାଢ଼ୀ ଦୋକାନରେ ଜିଏସଟି ଚଢ଼ଉ କରାଯାଇଛି । ଏହି ଦୋକାନରେ ଦୀର୍ଘ ଦିନରୁ ଜିଏସଟି ଫାଙ୍କୁଥିବା ଅଭିଯୋଗ ନେଇ ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ଉ କରିଛିି । ଜିଏସଟି ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ୯ ଜଣିଆ ଟିମ୍ ଏହି ଦୋକାନ ଓ ଘର ମାଲିକଙ୍କ ଘର ଉପରେ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି । ଅଭିଯୋଗ ଅନୁଯାୟୀ ଯେଉଁ ହିସାବରେ ଦୋକାନରେ ମାଲ ଷ୍ଟକ୍ ରହିଛି ସେହି ହିସାବରେ ଜିଏସଟିି ଟ୍ୟାକ୍ସ ଦେଉନଥିବା ଅଭିଯୋଗ ହୋଇଛି । ତେବେ ଚଢ଼ଉ ପରେ ଟ୍ୟାକ୍ସ ଫାଙ୍କିବା ଅନୁଯାୟୀ ପେନାଲ୍ଟି ଓ ଫାଇନ ଆଦାୟ କରାଯିବ ବୋଲି ଜିଏସଟି ପକ୍ଷରୁ ଡେପୁଟି କମିଶନର ରଜନୀକାନ୍ତ ସେଟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।