ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ପାଟଣାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି ପାଟଣାଗଡ଼ ସାମ୍ବାଦିକ ସଂଘର ଆହ୍ୱାନକ୍ରମେ ବିଭିନ୍ନ ସଂଗଠନ ପକ୍ଷରୁ ଏହି କେଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରାମଜି ଛକରୁ କେଣ୍ଡେଲ ଧରି ସହର ପରିକ୍ରମା କରି ଗଙ୍ଗାଧର ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ସେଠାରେ ମୃତକଙ୍କ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଲୋକସଭା ସାଂସଦ ସଂଗୀତା ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପଜିଲ୍ଲାପାଳ ଡା. ବିଜୟା ନନ୍ଦ ସେଠୀ, ଉପଖଣ୍ଡ ପୁଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଓ ପାଟଣାଗଡ଼ର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ ।